Report Card Odisha

| Daily Odia News

ଅଗ୍ନିକାଣ୍ଡରେ ମୃତ୍ୟୁ :ପରିବାରକୁ ୧୨.୫ ଲକ୍ଷ ଟଙ୍କା ଦେବେ କୁଏତ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁଏତ ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନ୍‌ଗଫ୍‌ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫,୦୦୦ ଆମେରିକୀ ଡଲାର(୧୨.୫ ଲକ୍ଷ ଟଙ୍କା)ର କ୍ଷତିପୂରଣ ଦେବେ କୁଏତ ସରକାର। ଏହି ଅଗ୍ନିକାଣ୍ଡରେ ୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୪୬ ଜଣ ଭାରତୀୟ ଥିଲେ। କୁଏତ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି। କୁଏତ ଅଧିକାରୀଙ୍କ ଅନୁଯାୟୀ, ଜୁନ୍ ୧୨ରେ ମନ୍‌ଗଫ୍‌ ସହରର ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତଳ ମହଲାରେ ଥିବା ଗାର୍ଡ଼ଙ୍କ କୋଠରୀରେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହା ପୂର୍ବରୁ ଏହି ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଭାରତ ସରକାର। ଗତ ସପ୍ତାହରେ କେରଳ ସରକାର ମଧ୍ୟ ଘୋଷଣା କରିଥିଲେ ଯେ, ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ଲୋକଙ୍କ ପରିବାର ଏବଂ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳ ବାସିନ୍ଦା ଥିଲେ।

Breaking News