ରିପୋର୍ଟ କାର୍ଡ / ବରଗଡ
ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ୍ ଗାଡି। ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଘଟିଛି। ଗାଡି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ଗାଡି ମାଡିଯାଇଛି। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି | ସମସ୍ତେ ମଧ୍ୟପ୍ରଦେଶର ହୋଇଥିବା ନେଇ ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..