ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଫସିଥିବା ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ କମିଶନରେଟ୍ ପୋଲିସ ପୁଣି ୫ଦିନ ରିମାଣ୍ଡରେ ନେଇଛି । ପୂର୍ବରୁ ଏମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ତମାଣ୍ଡୋ ପୋଲିସ ମାରଥନ ଜେରା କରିଥିଲା। ଜେରା ବେଳେ ଉଭୟ ୯୭ ଲକ୍ଷ ଟଙ୍କା ହଡ଼ପ ସମ୍ପର୍କରେ କିଛି ତଥ୍ୟ ଦେଇଥିବା ବେଳେ ଆଉ କିଛି ଏବେ ବି ଲୁଚାଇ ରଖିଛନ୍ତି। ତେଣୁ ସେମାନଙ୍କୁ ପୋଲିସ ଆଉ ୫ ଦିନ ରିମାଣ୍ଡରେ ନେଇ ଖୋଳତାଡ଼ କରିବ। ଆଜି ଉଭୟଙ୍କୁ ତମାଣ୍ଡୋ ପୁଲିସ୍ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରିଥିଲେ। ଏହାପରେ କୋର୍ଟ ସେମାନଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..