Report Card Odisha

| Daily Odia News

ଡାକ୍ତରାଣୀ ଶୁଭଶ୍ରୀଙ୍କ ଏତଲା ଖୋଲିଲା ମୃତ୍ୟୁ ରହସ୍ୟ…..

ରିପୋର୍ଟ କାର୍ଡ / କେନ୍ଦୁଝର

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ ବୋଲି କୁହାଯାଇଛି । ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଶୁଭଶ୍ରୀ କରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର ଦିବ୍ୟରଞ୍ଜନ ମାଝୀ! ହେଲେ ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ମନା କରିଦେବାରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁଭଶ୍ରୀ। ଗତ ୨୦ ତାରିଖରେ ଲେଖିଥିବା ଏଫ୍‌ଆଇଆର୍‌ରେ ଡାକ୍ତର ଶୁଭଶ୍ରୀ କର ଏହା ଦର୍ଶାଇଛନ୍ତି ଏଫ୍‌ଆଇଆର୍‌ରେ ସେ ଦର୍ଶାଇଛନ୍ତି, ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ୬ ବର୍ଷ ଧରି ସମ୍ପର୍କରେ ରଖିଥିଲେ। ନିୟମିତି ଫୋନ୍‌ରେ କଥା ହେଉଥିଲେ। ବାହା ହେବାର କଥା ଦେଇ ସେପ୍ଟେମ୍ୱର ୧୮ ତାରିଖ ଅପରାହ୍ନ ୨ଟାରେ ଡାକ୍ତର ଶୁଭଶ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ ଡାକ୍ତର ମାଝୀ। ଆଉ ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ଅକ୍ଟୋବର ୧୦ ତାରିଖ ଅପରାହ୍ନରେ ଡାକ୍ତର ମାଝୀ ଶୁଭଶ୍ରୀଙ୍କ କ୍ୱାର୍ଟର୍ସକୁ ଆସିଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେହି ସମୟରେ ବାହାହେବା ପାଇଁ ଡାକ୍ତର ମାଝୀଙ୍କୁ କହିଥିଲେ ଶୁଭଶ୍ରୀ । ସେ ମନା କରିଦେଇଥିଲେ। ଏହା ପରେ ଶୁଭଶ୍ରୀ କର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା। ସେହିଦିନ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିଲା । ସୂଚନା ଥାଉକି ଗତ ୧ ତାରିଖରେ ବନ୍ଦଘରୁ ମହିଳା ଡାକ୍ତରଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

 

Breaking News