Report Card Odisha

| Daily Odia News

ଲକ୍ଷ୍ମୀ ବସ୍‌ର ନାମ ଆଉ ରଙ୍ଗ ପରିବର୍ତ୍ତନର କାରଣ କଣ?ଉତ୍ତର ରଖିଲେ ମନ୍ତ୍ରୀ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ବିଧାନସଭାରେ ଲକ୍ଷ୍ମୀ ବସ୍ ପ୍ରସଙ୍ଗ ଉଠାଇଛି ବିରୋଧୀଦଳ । ଲକ୍ଷ୍ମୀ ବସ୍‌କୁ ନେଇ ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ। ଲକ୍ଷ୍ମୀ ବସ୍‌ର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଇଥିଲା । ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଇଥିଲା। ତେବେ ରଙ୍ଗ ପରିବର୍ତ୍ତନକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସ୍‌ରେ କୌଣସି ରଙ୍ଗ ଲାଗି ନ ଥିଲା, କେବଳ ଷ୍ଟିକରିଂ କରାଯାଇଥିଲା। ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସ୍‌ଗୁଡିକରେ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡିକୁ ହଟାଯାଇଥିଲା। ଏଥିସହ କିଛି ବସ୍ ଅସୁନ୍ଦର ଦେଖାଯାଉଥିବାରୁ, ଆଦର୍ଶ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମ ପାଖରେ ଥିବା ପୁରୁଣା ରଙ୍ଗକୁ ଉପଯୋଗ କରାଯାଇଥିଲା ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

Breaking News