ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଲାଲୁ ଯାଦବଙ୍କୁ ଏମ୍ସର ହୃଦରୋଗ ପ୍ରଫେସର ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ୱରେ ‘କାର୍ଡିଓ-ନ୍ୟୁରୋ ସେଣ୍ଟର’ର ‘କାର୍ଡିଓ କ୍ରିଟିକାଲ୍ କେୟାର୍ ୟୁନିଟ୍’ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଲାଲୁ ଯାଦବଙ୍କୁ ଗତବୁଧବାର କିଛି ସମୟ ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଡାକ୍ତର ଏମ୍ସ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ଲାଲୁ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ବାପାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଲାଲୁ ପ୍ରସାଦଙ୍କ ପିଠି ଏବଂ ହାତରେ ଆଘାତ ଲାଗିଛି, ଯାହା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବାର ସମ୍ଭାବନା ରହିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……