ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଲ୍ୟାଣ୍ଡ ଫର ଜବ ସ୍କାମରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ଅଭିଯୋଗର ତଦନ୍ତ ଉଭୟ ଇଡି ଓ ସିବିଆଇ ପକ୍ଷରୁ କରାଯାଉଛି। ଲାଲୁ ୨୦୦୪ରୁ ୨୦୦୯ ଯାଏ ରେଳ ମନ୍ତ୍ରୀ ଥିଲେ। ଏହି ସମୟରେ ଚାକିରି ଆଶାୟୀଙ୍କ ଠାରୁ ଶସ୍ତା ଦାମରେ ସେ ଜମି କିଣିଥିଲେ। ଏହା ବଦଳରେ ସେମାନଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେଇଥିବା କୁହାଯାଉଛି। ଲାଲୁ ତାଙ୍କ ପରିବାର ଲୋକଙ୍କ ନାଁରେ ଅନେକ ଜମି ଶସ୍ତା ଦାମରେ କିଣିଥିବା ଅଭିଯୋଗ ହୋଇଛି। ସିବିଆଇ ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରି ଗତବର୍ଷ ଅକ୍ଟୋବରରେ ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……