ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଆମେରିକା ଦେଶ ବେନେଜୁଏଲାରେ ଭୂସ୍ଖଳନ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି | ପ୍ରବଳ ବର୍ଷା କାରଣରୁ ଉଦବେଗ ସ୍ଥିତି ସୃଷ୍ଟି ହୋଇଛି । ବେନେଜୁଏଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି | ଏଥିରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ରହିଛନ୍ତି । ପ୍ରବଳ ବର୍ଷା ପାଇଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବୃଦ୍ଧି କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଉଦ୍ଧାରକାର୍ଯ୍ୟ ଜାରି ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବେନେଜୁଏଲାର ଉପରାଷ୍ଟ୍ରପତିଙ୍କ ପକ୍ଷରୁ ସୂଚନା ମିଳିଛି।
More Stories
କରୁର୍ ଦଳାଚକଟା ଘଟଣା:ତଦନ୍ତ ପାଇଁ ଏସ୍ଆଇଟି ଗଠନ…..
ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ……
ଏସଆଇ ପରୀକ୍ଷା ଜାଲିଆତି:ସିଲିକନ ସିଇଓଙ୍କୁ ଜେରା…..