Report Card Odisha

| Daily Odia News

ଲଗାଣ ବର୍ଷାରେ ଭୁସ୍ଖଳନ,ଚଳାଚଳ ବାଧାପ୍ରାପ୍ତ…..

ରିପୋର୍ଟ କାର୍ଡ / ରାୟଗଡା

ଲଗାଣ ବର୍ଷାରେ କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ ଘଟିଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡା ରେଳଷ୍ଟେସନ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ପାହାଡରୁ ପଥର ଓ ମାଟି ଅତଡା ଖସି ରେଳ ଧାରଣା ଉପରେ ପଡ଼ିଥିଲା । ଏହାସହ କିଛି ବିରାଟକାୟ ଗଛ ମଧ୍ୟ ଉପୁଡି ପଡ଼ିଥିଲା । କେଉଟଗୁଡା ରେଳଷ୍ଟେସନ କର୍ତ୍ତୃପକ୍ଷ ରାୟଗଡ଼ା ରେଳବାଇ କର୍ତ୍ତୃପକ୍ଷ ଏନେଇ ଜଣାଇଥିଲେ । ରେଳ କର୍ମଚାରୀ ଓ ଶ୍ରମିକ ପହଞ୍ଚି ରେଳ ଧାରଣା ସଫା କାମରେ ନିୟୋଜିତ ଅଛନ୍ତି । ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି । ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ଯାଇଛି । ରେଳ ଧାରଣା ଉପରେ ପଡ଼ିଥିବା ପଥର ଓ ମାଟି ଅତଡା ସଫା କରାଯିବା ପରେ ଯାଞ୍ଚ କରାଯିବ । ଏହାପରେ ରେଳ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ରେଳ ବିଭାଗ ସୂଚନା ଦେଇଛି ।

Breaking News