ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷା ଯୋଗୁଁ ସିକ୍କିମର ଲାଚେନ୍ ଓ ଲାଚୁଙ୍ଗ୍ ସହରରେ ଭୂସ୍ଖଳନ ଘଟିଥିଛି। ଶୁକ୍ରବାର ସୁଦ୍ଧା ଏହି ଦୁଇଟି ସ୍ଥାନରୁ ୧୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଏକ ହଜାର ପର୍ଯ୍ୟଟକ ଅଟକି ରହିଥିବା କୁହାଯାଇଛି। ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଏହି ପର୍ଯ୍ୟଟକମାନେ ଅଟକି ଯାଇଥିଲେ। ସିକ୍କିମ ପୋଲିସ ଓ ସେନା ସହାୟତାରେ ୧୫୦୦ ପର୍ଯ୍ୟଟକଙ୍କୁ ନିକଟସ୍ଥ ଗ୍ରାମରେ ରାତ୍ରୀଯାପନର ବ୍ୟବସ୍ଥା କରାଯାଇଥିବାବେଳେ ଶୁକ୍ରବାର ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକଙ୍କୁ ଥାନା, ଗୁରୁଦ୍ବାର, ଆଇଟିବିପି ଶିବିରରେ ଥଇଥାନ କରାଯାଇଥିବାବେଳେ ଆଉ କେତେକଙ୍କୁ ଗ୍ରାମବାସୀ ନିଜ ଘରେ ଆଶ୍ରୟ ଦେଇଥିଲେ। ଗୁରୁବାର ଅପରାହ୍ଣରୁ ବର୍ଷା ଲାଗି ରହିଥିବାରୁ ଲାଚେନ୍ ଓ ଲାଚୁଙ୍ଗର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି। ଭୂସ୍ଖଳନରେ ରାସ୍ତାଘାଟ ଭୁଶୁଡି ପଡିଥିବାବେଳେ ବିଦ୍ୟୁତ୍ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି।
More Stories
ଉତ୍ତରପୂର୍ବାଞ୍ଚଳ ସ୍ଥିତି ସଙ୍ଗିନ,ମୃତ୍ୟୁସଂଖ୍ୟା ୩୧…..
୪ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…..
ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ….