ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହିଂସାତ୍ମକ ସ୍ଥିତି | ଲାଞ୍ଜିପଲ୍ଲୀ ପାଲଟିଲା ରଣକ୍ଷେତ୍ର |ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର ପୂର୍ବରୁ ଲାଞ୍ଜିପଲ୍ଲୀରେ ପ୍ରଦୀପ ପାଣିଗ୍ରାହୀଙ୍କ ବାଟରେ ଶତାଧିକ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ କହିଛନ୍ତି। ଆଉ ସେଥିପାଇଁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ। ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ। ଲାଞ୍ଜିପଲ୍ଲୀରେ ବିଜେଡି କର୍ମୀମାନେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଥିଲେ। କିଛି ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲେ।ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଓ ପାଣି ବୋତଲ ମାଡ଼ ମଧ୍ୟ ହୋଇଥିଲା।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……