ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ବସିବ | ପୂର୍ବାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ | ବୈଠକରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଯିବାପରେ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଜଳସେଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯୋଜନା ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ପ୍ରକଳ୍ପ ଅନୁମୋଦନ ପ୍ରସ୍ତାବ ଆସିବାକୁ ରହିଛି। ଏହାବାଦ୍ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ପ୍ରକାର ଶିକ୍ଷକଙ୍କ ଅନୁଦାନ ଦାବି ନେଇ ହେଉଥିବା ଦୀର୍ଘଦିନର ଦାବିକୁ ସରକାର ଗୁରୁତ୍ବ ଦେବାକୁ ରହିଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ,ସ୍ବାସ୍ଥ୍ୟ ଓ ଅର୍ଥ ବିଭାଗ ପରି କେତେକ ବିଭାଗର ସ୍ବତନ୍ତ୍ର ପ୍ରସ୍ତାବ ସହିତ କେତେକ ବିଭାଗର ଚାକିରି ସେବା ନିୟମ ସଂଶୋଧନ ହେବାର ପ୍ରସ୍ତାବ କ୍ୟାବିନେଟ ବୈଠକରେ ରହିଥିବା ଜଣାଯାଇଛି । ତେବେ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକକୁ ନେଇ କ୍ୟାବିନେଟ ବୈଠକ ବାତିଲ ହେବାର ସମ୍ଭାବନା ରହିଛି।
More Stories
ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର…..
ଓଏସ୍ଆର୍ଟିସି ବସ୍ ଧକ୍କାରେ ଜଣେ ମୃତ….
ଆହୁରି ୩ ଦିନ କଲବଲ କରିବ ତାତି…..