ରିପୋର୍ଟ କାର୍ଡ / ପଦ୍ମପୁର
ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ଦିନ। ତିନି ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ହେବ। ପ୍ରଚାର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରବନ୍ଧ ବ୍ଲକ୍ ଜଗଦଲପୁର ଠାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ | ପଦ୍ମପୁରରେ ରୋଡ୍ ସୋ’ କରି ଦଳୀୟ ପାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର। ଗତକାଲି ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର କରିଥିଲେ | ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ତାରିଖରେ ପଦ୍ମପୁରରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖାସ୍ କରି ସମ୍ବେଦନଶୀଳ ବୁଥ୍ମାନଙ୍କ ବିଶେଷ ନଜର ରଖାଯାଇଛି । ଏହିକ୍ରମରେ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ପଦ୍ମପୁର ଗସ୍ତକରି ପୂର୍ବ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……