ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏୟାରଲାଇନ ଭିସ୍ତାରାର ଆଜି ହେଉଛି ଶେଷ ଉଡ଼ାଣ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଭାଗିଦାରୀ ରହିବ। ବିଲୟ ପରେ ପ୍ରଥମ ମାସରେ ଭିସ୍ତାରାର ଟିକେଟ୍ ଥିବା ୧, ୧୫, ୦୦୦ରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ନାଁରେ ଉଡ଼ାଣ ଭରିବେ। ତେବେ ଭିସ୍ତାରର ଅନୁଭୂତି ପରିବର୍ତ୍ତନ ହେବ ନାହିଁ ବୋଲି ଗ୍ରୁପ୍ ନିଶ୍ଚିତ କରିଛି। ବିଲୟ ସହିତ ଭିସ୍ତାରା ଏୟାରଲାଇନର ଫ୍ଲାଇଟ୍ କୋଡ ଆରମ୍ଭରେ ‘୨’ ଯୋଡ଼ି ହୋଇଯିବ। ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନର ଫ୍ଲାଇଟ୍ କୋଡ୍ ୟୁକେ ୯୫୫ ବିମାନ ଏବେ ଏଆଇ ୨୯୫୫ ହୋଇଯିବ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..