ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ଅର୍ଜନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ମାସରେ ଭାରତର ମହାକାଶ ଅଭିଯାନର ଅଂଶ ସ୍ୱରୂପ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ପାଇଁ ଯୋଜନା ରହିଥିବା କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି। ମହାକାଶ ବିଭାଗ ଚଳିତ ବର୍ଷ ୧୯ଟି ଅଭିଯାନ ନିମନ୍ତେ ଯୋଜନା କରିଥିବା ବେଳେ ଏଥିରେ ଭାରତର ଚନ୍ଦ୍ର ଅଭିଯାନ ରହିଥିବା ସେ ଲୋକସଭାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୨ରୁ ଉପଲବଧ ତଥ୍ୟ ଏବଂ ବୈଜ୍ଞାନିକମାନଙ୍କ ସୂଚନାକୁ ଆଧାର କରି ଚନ୍ଦ୍ରଯାନ-୩ର ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ସେଥିରେ ବ୍ୟବହୃତ କେତେକ ଯନ୍ତ୍ରାଂଶର ସଫଳ ପରୀକ୍ଷଣ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏକ ଲିଖିତ ଉତ୍ତରରେ ସେ ଦର୍ଶାଇଛନ୍ତି ଯେ ଚଳିତ ବର୍ଷ ଜାନୁଆରୀରୁ ଡିସେମ୍ବର ସୁଦ୍ଧା ୧୯ଟି ମିଶନ ରହିଛି ଯେଉଁଥିରେ ୮ଟି ଲଞ୍ଚ ଭେଇକିଲ ମିଶନ, ୭ଟି ସ୍ପେସକ୍ରାଫ୍ଟ ମିଶନ ଏବଂ ୪ଟି ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ମିଶନ ରହିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..