ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ ଚୋପ୍ରା । ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ମାସରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ୍ ଖେଳାଯିବ। ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବାବେଳେ ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫୋପାଡ଼ି ପ୍ରଥମ ହୋଇଛନ୍ତି। ସେହିପରି ଜର୍ମାନୀର ଜୁଲିଆନ୍ ୱେବର ୮୭.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..