ରିପୋର୍ଟ କାର୍ଡ/ ଭୁବନେଶ୍ୱର
ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଆଇନ ପରୀକ୍ଷା ନିଜ ଶିକ୍ଷାନୁଷ୍ଠାନରେ ହେବ। ବିଦ୍ୟାଳୟ ଢାଞ୍ଚାରେ ଅନ୍ୟ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମନା କରାଯାଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏନେଇ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରହଣ କରାଯାଇନାହିଁ। ଫଳରେ ଦୀର୍ଘଦିନ ହେଲାଣି ପରୀକ୍ଷା କେନ୍ଦ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପ୍ରସ୍ତାବକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଫଳରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟର ପ୍ରସ୍ତାବକୁ ତର୍ଜମା କରାଯାଇଥିଲା। ମୁଖ୍ୟତଃ ଅବସରପ୍ରାପ୍ତ ପ୍ରଫେସର, ବିଶେଷଜ୍ଞ, ପ୍ରଫେସରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତ ଲୋଡ଼ିଥିଲେ ବିଭାଗୀୟ କର୍ତ୍ତୃପକ୍ଷ। ଉଚ୍ଚ ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..