Report Card Odisha

| Daily Odia News

ଓକିଲ-ପୋଲିସ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ସମ୍ବଲପରୁ

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଉତ୍ତେଜନା ରହିଛି । ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି | ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଉଛନ୍ତି ପୋଲିସ । ମିଳିଥିବା ସୂଚନା ଅନୁସାରେ- ସମ୍ବଲପୁର କଚେରି ଛକରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସେଠାରେ ଓକିଲମାନେ ଆନ୍ଦୋଳନ କରିଥିଲେ । ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ ଓକିଲ ସଂଘ । ସେମାନଙ୍କ ଦାବି ପୁରଣ ନ ହେବା ପରେ ସେ ଆନ୍ଦୋଳନ ଜାରି ରଖିଥିଲେ । ଏହି ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲା ଯେ, ଆନ୍ଦୋଳନ ବନ୍ଦ କରି ନିଜ କାମକୁ ଫେରିଯିବା ପାଇଁ । ଯଦି ନ ଯାଇଛନ୍ତି ତେବେ ସେମାନଙ୍କ ଲାଇସେନ୍ସକୁ ରଦ୍ଧ କରିଦିଆଯିବ । ହେଲେ ଆଇନଜୀବୀ ମାନେ ନିର୍ଦ୍ଦେଶର ଅବମାନନା କରି ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ପୂର୍ଣ୍ଣବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ମାମଲାର ଆକ୍ସନ ନେଇଛି ପୋଲିସ ।

Breaking News