Report Card Odisha

| Daily Odia News

ଲକ୍ଷ୍ମୀପୁର ହିଂସା:ମୃତ ଚାଷୀଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା,ସରକାରୀ ଚାକିରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରବିବାର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣହାନି ଘଟିଥି ଚାଷୀଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଘୋଷଣା କଲେ ସରକାର | ଲକ୍ଷ୍ମୀପୁର ହିଂସା ସମ୍ପର୍କରେ କୃଷକ ଏବଂ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏକ ଚୁକ୍ତିନାମା ହୋଇଛି। ସରକାର ଏବଂ କୃଷକଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପରେ ସହମତି ପ୍ରକାଶ ପାଇଛି। ଯୋଗୀ ସରକାର ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବା ନେଇ କୁହାଯାଇଛି। ଏହା ସହିତ ଆହତମାନଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ। ଏହି ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଛି। ଏହି ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବ ବୋଲି ସୁହାନା ମିଳିଛି ।

Breaking News