Report Card Odisha

| Daily Odia News

ବିନା ଆଇଡିରେ ନୋଟ୍ ବଦଳାଇବା ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ଲିପ୍ ଏବଂ ପରିଚୟ ପତ୍ର ବିନା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅନୁମତି ଦେଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପରିଚୟ ପ୍ରମାଣ ବିନା ୨୦୦୦ ଟଙ୍କା ନୋଟ୍ ବଦଳାଇବା ପାଇଁ ଆରବିଆଇ ଏବଂ ଏସବିଆଇର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିବା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହିତ ଆରବିଆଇ କହିଥିଲା ଯେ, ୨୦୧୮ ରେ ୬ ଲକ୍ଷ କୋଟିରୁ ଅଧିକ ୨୦୦୦ ନୋଟ ସର୍କୁଲେସନରେ ଥିଲା, ଯାହା ବର୍ତ୍ତମାନ ପ୍ରାୟ ୩ ଲକ୍ଷ କୋଟି ପାଖାପାଖି ରହିଛି । ଆରବିଆଇ କହିଛି ଯେ ୨୦୦୦ ନୋଟର ଆଇନଗତ ଟେଣ୍ଡର ରହିବ । ଏହା ପ୍ରଥମ ଥର ପାଇଁ ଘଟୁଛି ଯେ, କୌଣସି ଡକ୍ୟୁମେଣ୍ଟ ବିନା ନୋଟ୍ ବଦଳାଇବାକୁ କୁହାଯାଇଛି । ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କା ଡମ୍ପିଂ କରାଯାଇଛି ବୋଲି ଆରବିଆଇ ସ୍ୱୀକାର କରୁଛି ।

Breaking News