ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ଭୁବନେଶ୍ଵରରେ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ୨୦୪୭ରେ ଭାରତକୁ ବିକଶିତ କରିବା । ଏଥିପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ । ଆମେରିକା, ୟୁରୋପ , ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି। କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି । ମୋଦିଙ୍କ ନେତୃତ୍ଵରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ । ଭାରତ ଆଜି ବିଶ୍ଵର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି। ମୋଦିଙ୍କ ନେତୃତ୍ଵରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି। ୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ୍ ଭାରତରେ ସାମିଲ ହେବେ। ଭାରତରେ କେହି କଚ୍ଚା ଘରେ ରହିବେନି, ଆଉ ୩ କୋଟି ଘର ମଞ୍ଜୁର ହୋଇଛି। ତେଣୁ ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେଥିପାଇଁ ମୋଦି କହିଛନ୍ତି ୟହି ସମୟ ହେ, ସହି ସମୟ ହେ । ଏହା ସହିତ ଜେ.ପି. ନଡ୍ଡା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ନାଁ ନ ନେଇ ବର୍ଷିଥିଲେ ନଡ୍ଡା। କହିଥିଲେ, ମୋଦୀଙ୍କ ନେତୃତ୍ଵରେ ଭାରତର ବିକାଶ ହୋଇଛି। ଦେଶର ଅର୍ଥନିତୀ ସୁଦୃଢ଼ ହୋଇଛି। ଭାରତ ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବାବେଳେ ଖୁବଶୀଘ୍ର ୩ୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। କିନ୍ତୁ ଭାଇଭଉଣୀଙ୍କ ଦେଶର ବିକାଶ ଦେଖାଯାଉନାହିଁ। ସେମାନେ ସବୁବେଳେ ପୁରୁଣା ଢଙ୍ଗରେ ବେକାରୀ, ଗରିବ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି। ନଡ୍ଡା ଆହୁରି କହିଥିଲେ, ପାକିସ୍ତାନ, ଇରାନ ଏବଂ ବାଂଲାଦେଶ ଭଳି ରାଷ୍ଟ୍ରରେ ତିନି ତଲାକ ବ୍ୟବସ୍ଥା ନାହିଁ। କିନ୍ତୁ ଭାରତରେ ଧର୍ମନିରପେକ୍ଷତା ନାଁରେ ଦୀର୍ଘବର୍ଷ ଧରି ତିନି ତଲାକ ଚାଲିଆସିଥିଲା। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ଵ ନେବା ପରେ ମୁସଲମାନ ଭାଇଭଉଣୀଙ୍କ ସମସ୍ୟା ସମାଧାନ ହୋଇଛି। ତିନି ତଲାକ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। କଂଗ୍ରେସରେ ନେତାଙ୍କ ପୁଅ ନେତା ହୁଅନ୍ତି। ହେଲେ ବିଜେପିରେ ନେତାଙ୍କ ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ। ଏଠାରେ ନେତାଙ୍କ ପୁଅ କାର୍ଯ୍ୟକର୍ତ୍ତା ହୁଏ। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହା କହିଛନ୍ତି। କାର୍ଯ୍ୟକ୍ରମରେ ନୂତନ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ନଡ୍ଡା କହିଥିଲେ, ଭାରତରେ ୫ ହଜାର ଦଳ ରହିଛନ୍ତି। ସେଥିରୁ ୫୦ରୁ ଅଧିକ ଦଳ କାର୍ଯ୍ୟକ୍ଷମ ଅଛନ୍ତି। ହେଲେ ବିଜେପି ଦେଶର ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ବିଜେପି ସ୍ଵଚ୍ଛତାର ସହିତ ସଦସ୍ୟ ସଂଗ୍ରହ କରେ। ଆପଣମାନେ କେବେ କଂଗ୍ରେସରେ ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ସଦସ୍ୟତା ଗ୍ରହଣ ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ସେପ୍ଟେମ୍ବର ୨ରୁ ବର୍ତ୍ତମାନ ସୁଦ୍ଧା ୬ କୋଟି ନୂଆ ସଦସ୍ୟ ସୃଷ୍ଟି ହୋଇଛନ୍ତି ବୋଲି ନଡ୍ଡା କହିଥିଲେ। ଆୟୋଜିତ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….