ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲେବାନନରେ ୨୪ ଘଣ୍ଟାରେ ଆଉ ଏକ ବିସ୍ଫୋରଣ ହୋଇଛି। ପେଜର୍ ପରେ ଓ୍ୱକି-ଟକିରେ ହୋଇଛି ବ୍ଲାଷ୍ଟା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଲେବାନନରେ ଥିବା ହେଜବୁଲ୍ଲାର ଗଡ଼ରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଲେବନାନର ବେରୁଟରେ ଏହି ବିସ୍ଫୋରଣ ଘଟିଛି। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟମାନେ ବ୍ୟବହାର କରୁଥିବା ୱାକି-ଟକିରେ ବିସ୍ଫୋରଣ ହୋଇଛି। ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା। ହିଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା। ମିଳିଥିବା ସୂଚନା ମୁତାବକ, ଗତ ୫ରୁ ୬ ମାସ ତଳେ ପେଜର୍ ଯେଉଁ ସମୟରେ କିଣା ଯାଇଥିଲା ସେହି ସମୟରେ ଏହି ୱାକି-ଟକି ବି ଆସିଥିଲା । ପୂର୍ବରୁ ପେଜର୍ ବିସ୍ଫୋରଣରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାରରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଛି ବାଛି ହିଜବୁଲ୍ଲା ସଂଗଠନ ଓ ଏହା ସହ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ୍ କରାଯାଉଛି। ଏହାପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି। ୫ ମାସ ତଳେ ହେଜବୁଲ୍ଲା ୱାକି-ଟକିଜ୍ କିଣିଥିଲା। ସେତେବେଳେ ପେଜର ମଧ୍ୟ କିଣିଥିଲା। ତେବେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ କୌଶଳକ୍ରମେ ନିର୍ମାଣ ସମୟରେ ହିଁ ପେଜରଗୁଡ଼ିକରେ ୩ ଗ୍ରାମ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..