ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ୟୁନିଟ-୮ ନାରୟଣୀ ବସ୍ତିରେ ଥିବା ଲେଡି ଡନ ନିଶା ମାଫିଆ ରଞ୍ଜୁ ନାୟକର ଘର ଭାଙ୍ଗିଲା କମିସନରେଟ ପୋଲିସ | ଏହି ଘରେ ଡ୍ରଗ୍ସ କାରବାର କରୁଥିଲା ରଞ୍ଜୁ | ପୂର୍ବରୁ ସେ ୨ ଥର ଜେଲ୍ ଯାଇ ଆସିଥିଲେ। ଗତ ୯ ତାରିଖ ରାତିରେ ହୋଇଥିବା ସୁବ୍ରତ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୋଲିସ ଗଞ୍ଜାମରୁ ରଞ୍ଜୁଙ୍କ ସମେତ ତାଙ୍କ ସହଯୋଗୀ କାହ୍ନାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ରଞ୍ଜୁ ଜେଲରେ ଥିବା ବେଳେ, ଆଜି କମିସନରେଟ ପୋଲିସ ରଞ୍ଜୁ ଘରକୁ ଭାଙ୍ଗି ଦେଇଛି | ଏହା ସହିତ ରଞ୍ଜୁ ସରକାରୀ ଜାଗା ମାଡ଼ି ବସି ବେଆଇନ ଭାବେ ଘର କରି ନିଶା କାରବାର ଚଳାଉଥିବା ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ପୋଲିସ ରଞ୍ଜୁ ଘରଟିକୁ ଭାଙ୍ଗିଦେଇଥିବା ସୂଚନା ମିଳିଛି






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..