ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ଥିବା ରେଳ ଷ୍ଟେସନ୍ଗୁଡ଼ିକ ମଧ୍ୟରୁ କେତୋଟିକୁ ବୋମା ବିସ୍ଫୋରଣ କରି ନଷ୍ଟ କରିଦିଆଯିବ ବୋଲି ରୁର୍କି ରେଲ୍ୱେ ଷ୍ଟେସନ୍ର ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଇ-ମଲେ୍ରେ ଧମକ ଦିଆଯାଇଛି | ଏନେଇ ଜାତୀୟ ଗଣମାଧ୍ୟମରୁ ପ୍ରକାଶ ପାଇଛି | ମେ ୨୧ ତାରିଖ ଦିନ ଲକ୍ସର୍, ନାଜିବାବାଦ, ଡେରାଡୁନ୍, ରୁର୍କି, ଋଷିକେଶ, ହରିଦ୍ବାର ଆଦି ୬ଟି ରେଳବାଇ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଧର୍ମପୀଠରେ ବୋମା ବିସ୍ଫୋରଣ କରାଯିବ ବୋଲି ମେ ୭ ତାରିଖ ସନ୍ଧ୍ୟାରେ ସୁପରିଣ୍ଟେଣ୍ଡେଣ୍ଟ୍ ପାଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି। ଇ-ମେଲ୍ ପଠାଇଥିବା ବ୍ୟକ୍ତିଜଣକ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ଆଞ୍ଚଳିକ କମାଣ୍ଡର୍ ବୋଲି ପରିଚୟ ଦେଇଛନ୍ତି। ତାଙ୍କର ନାମ ସଲିମ୍ ଅନ୍ସାରି ବୋଲି ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଗତ ୨୦ ବର୍ଷ ହେବ ମାନସିକ ବିକାରଗସ୍ତ ଜଣେ ବ୍ୟକ୍ତି ଏଭଳି ଧମକ-ଚିଠି ପଠାଉଛନ୍ତି। ତଥାପି, ସତର୍କତା ଅବଲମ୍ବନ କରାଯାଉଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..