Report Card Odisha

| Daily Odia News

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର-ଆଲିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବେଶ୍‌ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ଧରି ଡେଟିଂ କରୁଥିବା ଏହି ଯୋଡି ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି। ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଥିବା ବେଳେ ଉଭୟ ପରିବାରଙ୍କ ତରଫରୁ ଏ ଯାଏ କୌଣସି ଖବର ଆସିନାହିଁ। ନିକଟରେ ବିବାହ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିଛି ଯେ, ରଣବୀର-ଆଲିଆଙ୍କ ବିବାହ ରୀତିନୀତି ଏପ୍ରିଲ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ରେ ଦୁହେଁ ହାତକୁ ଦି’ହାତ ହେବେ। ଉଭୟ ପରିବାର ଏହି କାର୍ଯ୍ୟକୁ ପରିବାରରେ ସୀମିତ ରଖିବାକୁ ଚାହାଁନ୍ତି। ତେଣୁ ପରିବାର ସଦସ୍ୟ ଏବଂ ରଣବୀର-ଆଲିଆଙ୍କ ଘନିଷ୍ଠ ବ୍ୟକ୍ତି ସମସ୍ତ ସଂଗୀତ, ମେହେନ୍ଦି ଏବଂ ହଲଦୀ ରୀତିନୀତିରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାପଡିଛି।

Breaking News