ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକମାନେ ସକାଳୁ ସକାଳୁ ଚା ପିଇଥାନ୍ତି । ଦିନସାରା ଅନେକ କପ୍ ଚା ପିଇବାକୁ ଇଚ୍ଛା କରନ୍ତି । ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ପହଞ୍ଚାଇପାରେ । ଚା’ରେ କଫିନ୍ ଏବଂ ବିଶୋଧିତ ଚିନି ରହିଥାଏ। ଏହି ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ । ଯଦି ଆପଣ ଦିନରେ ୫ ରୁ ୧୦ କପ୍ ଚା ପିଉଛନ୍ତି। ତେବେ ଏହା ଭୁଲ୍ ହୋଇଥାଏ। ଆପଣ ନିଜକୁ କ୍ଷତି ପହଞ୍ଚାଉଛନ୍ତି, ଏପରି ପରିସ୍ଥିତିରେ ସତର୍କ ରହିବା ଆବଶ୍ୟକ । ଚା ‘ପିଇବା କ୍ଷତିକାରକ ନୁହେଁ। ଏହା ଆପଣଙ୍କୁ ସତେଜ କରିବାରେ ଏବଂ ଚାପରୁ ମୁକ୍ତି ଦେଇଥାଏ। କିନ୍ତୁ ଯଦି ଆପଣ ଏହା ଅଧିକ ମାତ୍ରାରେ ପିଅନ୍ତି । ତାହାଲେ ପେଟ ରୋଗ ଠାରୁ ହୃଦଘାତ ଭଳି ସମସ୍ୟା ହୋଇପାରେ।
ଚିନି ସ୍ୱାସ୍ଥ୍ୟ ପାଇଁ ଖରାପ-
ଭାରତରେ ଚା’ରେ ଚିନି ମିଶ୍ରଣ କରିବାର ଅଭ୍ୟାସ ବହୁତ ଅଧିକ। ଯଦି ଆପଣ ଦିନସାରା ଅନେକ କପ୍ ଚା ପିଅନ୍ତି। ତେବେ ଚିନି ଅଧିକ ଖାଇବା ଦ୍ଵାରା ରୋଗ ହୋଇଥାଏ। ଏପରି ପରିସ୍ଥିତିରେ, ଆପଣଙ୍କର ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ଏବଂ ମଧୁମେହ ହେବାର ଆଶଙ୍କା ସୃଷ୍ଟି ହୋଇପାରେ ।
ମେଦବହୁଳତା ବୃଦ୍ଧି ହୁଏ-
ଆମ ମଧ୍ୟରୁ ଅଧିକାଂଶ ସଚେତନ ଯେ ଅଧିକ ଚିନି ଖାଇବା ଦ୍ୱାରା ଚର୍ବିରେ ପରିଣତ ହୁଏ। ଯେଉଁ କାରଣରୁ ମେଦବହୁଳତା ବଢିଥାଏ ଏବଂ ତାପରେ ଚର୍ବି ପେଟରେ ଫୁଲିବା ଆରମ୍ଭ କରେ । ଏହା ଓଜନ ହ୍ରାସ କରିବା କଷ୍ଟକର କରିଥାଏ ।
ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ ଦିନରେ କେତେ କପ୍ ଚା ପିଇବା ଉଚିତ୍। ତେବେ ଆପଣ ପ୍ରତିଦିନ୨-୩ କପ୍ ଚା ପିଇ ପାରିବେ। ତାହା ମଧ୍ୟ ସୀମିତ ପରିମାଣର ଚିନି ସହିତ । ଯେଉଁମାନେ ଏହି ଅଭ୍ୟାସକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି, ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
ରୂପି ସମସ୍ୟା ଦୂର କରନ୍ତୁ…..