Report Card Odisha

| Daily Odia News

ଘର କୁ ସୁଖ-ସମୃଦ୍ଧି ରଖେ ଏହି ଗଛ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର ସମ୍ମୁଖୀନ ହେଉଥାଏ। ତେବେ ବାସ୍ତୁ ଅନୁଯାୟୀ କିଛି ଉପାୟ କରିବା ଉଚିତ।

ବାସ୍ତୁ ଅନୁଯାୟୀ ଘରେ ଅଥବା ଅଫିସରେ କିଛି ଗଛ ଲଗାଇବା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ଆସିଥାଏ।

ସେଭଳି କିଛି ଗୁଡ୍‌ ଲକ୍‌ ଗଛ ବିଷୟରେ ଜାଣନ୍ତୁ।

ଆଲୋଭେରା ଗଛ: ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ଉପାଦେୟ। ଚାକିରି ମିଳିବା ଅଥବା କର୍ମକ୍ଷେତ୍ରରେ କୌଣସି ସମସ୍ୟା ଉପୁଜୁଥିଲେ ଏହି ଗଛକୁ ଘରେ ଲଗାନ୍ତୁ। ଫଳରେ ଏହି ସମସ୍ୟା ଦୂର ହୋଇଯିବ। ଏହାକୁ ଯେକୌଣସି ସ୍ଥାନରେ ଲଗାଇ ପାରିବେ।

ହଳଦୀ ଗଛ: ହଳଦୀ ଗଛ ସ୍ବାସ୍ଥ୍ୟପାଇଁ ଯେତିକି ଭଲ, ତା’ଠାରୁ ଅଧିକ ଏହାର ଧାର୍ମିକ ମାନ୍ୟତା ରହିଛି। ଏହାକୁ ଲଗାଇଲେ ବ୍ୟକ୍ତିର ବୃହସ୍ପତି ଗ୍ରହ ମଜଭୂତ ହୋଇଥାଏ ଏବଂ ବିବାହକୁ ନେଇ ଉପୁଜୁଥିବା ସମସ୍ୟା ଆପଣାଛାଏ ଦୂର ହୋଇଯାଏ। ଏପରିକି ଘରେ ଥିବା ନକରାତ୍ମକ ଉର୍ଜାକୁ ଏହା ସମାପ୍ତ କରିଥାଏ।

ବାଉଁଶ ଗଛ: ପେଙ୍ଗସୁଇରେ ବାଉଁଶଗଛ ଲଗାଇବାକୁ କୁହାଯାଇଥାଏ। ଏହାକୁ ଲଗାଇଲେ ଦୁର୍ଭାଗ୍ୟ ଦୂର ହୁଏ। ଘରେ ଥିବା ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଏହାଛଡ଼ା ଯଶ, କୀର୍ତ୍ତି, ସ୍ବାସ୍ଥ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ପାଇଥାଏ।

ତୁଳସୀ ଗଛ: ଔଷଧିୟ ଗୁଣରେ ଭରପୁର ଥାଏ ତୁଳସୀ ଗଛ। ଏଥିସହ ଭାଗ୍ୟ ବଦଳାଇବାର ଶକ୍ତି ମଧ୍ୟ ଏହି ଗଛର ଥାଏ। ଏହାକୁ ଘରର ଯେକୌଣସି ସ୍ଥାନରେ ଲଗାଇପାରିବେ। ଏହାକୁ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଉର୍ଜା ବ୍ୟାପି ଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହାକୁ ଉତ୍ତର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇଲେ ଅଧିକ ଶୁଭ ଫଳ ମିଳିଥାଏ।

Breaking News