ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ବାରବାଟୀରେ ଖେଳାଯିବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ମ୍ୟାଚ । ଏଥିପାଇଁ ବାରବାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି ୨ଟି ଟିମ୍ । ଲିଜେଣ୍ଡସ୍ ଲିଗ କ୍ରିକେଟର ୨ଟି ଟିମ୍ ଭିଲୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୁରୁଖା ଖେଳାଳି ଇରଫାନ ପଠାନ, ୟୁସୁଫ ପଠାନ, ଏସ୍ . ଶ୍ରୀସନ୍ଥ, ସେନ୍ ଓ୍ୱାଟସନ, ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୁଥୟା ମୂରଲୀଧରନଙ୍କ ପରି ଖେଳାଳି ଓଡ଼ିଶା ଆସିଛନ୍ତି । ବାରବାଟୀରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଆଜି ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜରାଟ ଜ୍ୟାଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ । ସେହିପରି ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅକ୍ଟୋବର ୫ରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ ଟି-ଟ୍ବେଣ୍ଟି ଫାଇନାଲ୍ ମ୍ୟାଚ ଖେଳାଯିବ।






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..