ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି ହେବା ସହିତ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ନୀତିକାନ୍ତି ବନ୍ଦ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟା ୫ଟାରୁ ନୀତିକାନ୍ତି ବନ୍ଦ ରହିଛି | ଆଜି ମଧ୍ୟ ନୀତି ଆରମ୍ଭ ହୋଇପାରିନାହିଁ। ଶୀତଳଷଷ୍ଠୀ ଥିବାରୁ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ନେଇ ଲାଗି ରହିଛି ଅନିଶ୍ଚିତତା ଲାଗି ରହିଛି। ଦୀର୍ଘ ୮ ବର୍ଷରୁ ଏହି ବିବାଦ ଥିଲେ ମଧ୍ୟ କୌଣସି ନିଷ୍କର୍ଷ ନ ବାହାରିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କପିଳନାଥ ନ ଆସିବାରୁ ଶୀତଳଷଷ୍ଠୀରେ କାର୍ଯ୍ୟରେ ବାଧା ହେଉଥିବା ସୂଚନା ମିଳିଛି। ତେବେ ବିବାଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ହେଲେ ଶ୍ରୀ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ ଚାଲିଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..