ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ବୋତଲ ଧରି ଗଲେ ହେବ ଜେଲ୍ ଜେଲଦଣ୍ଡ ହେବ | ଦିଲ୍ଲୀ ମେଟ୍ରୋରେ ଠିପି ବନ୍ଦ ମଦ ବୋତଲ ଧରି ଯଦି କେହି ଉତ୍ତର ପ୍ରଦେଶର ନୋଏଡା ଗଲେ ଧରାପଡ଼ିଲେ ଜେଲଦଣ୍ଡ ସହ ମୋଟା ଅଙ୍କର ଜୋରିମାନା ଲାଗୁ ହେବ | ଏନେଇ ଉତ୍ତର ପ୍ରଦେଶର ଅବକାରୀ ଅଧିକାରୀ କହିଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ନିକଟରେ ଯାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲା। ମେଟ୍ରୋରେ ଯାତ୍ରା କରିବା ବେଳେ ଲୋକମାନେ ନିଜ ସହ ଦୁଇଟି ଠିପି ବନ୍ଦ ମଦ ବୋତଲ ନେଇ ପାରିବେ ବୋଲି ଏହି ସଂସ୍ଥା କହିଥିଲା। ଦିଲ୍ଲୀ ବ୍ୟତୀତ ଡିଏମଆରସିର ମେଟ୍ରୋ ରେଳ ନେଟୱର୍କ ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦ ଏବଂ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦ ଯାଏ ରହିଛି। ତେଣୁ ଏଠାକୁ ଯାଉଥିବା ଲୋକମାନେ ଚାହିଁଲେ ମେଟ୍ରୋ ଯାତ୍ରା ବେଳେ ମଦ ବୋତଲ ନେଇ ପାରିବେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଅବକାରୀ ବିଭାଗ ଲୋକଙ୍କୁ ଏହା ବିରୋଧରେ ସତର୍କ ସୂଚନା ଜାରି କରିଛି। ଉତ୍ତର ପ୍ରଦେଶ ଅବାକାରୀ ନୀତି ଅନୁଯାୟୀ, କେହି ବି ମଦ ବାହାର ରାଜ୍ୟରୁ ଆଣିପାରିବେ। ଏହା ରାଜ୍ୟ ସରକାରଙ୍କ ରାଜସ୍ୱ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବାରୁ ନୀତିରେ ମଦ ଆଣିବା ଉପରେ ବ୍ୟାନ ଲାଗିଥିବା ନେଇ ସୂଚନା ମିଳିଛି |






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..