ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେଇଥିଲେ ଏବଂ ବର୍ତ୍ତମାନ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଏହି ନୀତି ଲାଗୁ ହେବା ଫଳରେ ହରିୟାଣାରେ ଦେଶୀ ମଦର ମୂଲ୍ୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ବିୟରର ମୂଲ୍ୟ ମଧ୍ୟ ୨୦ଟଙ୍କା ବୃଦ୍ଧି ପାଇଛି। ସେହିପରି ବିଦେଶୀ ମଦ ବୋତଲର ମୂଲ୍ୟ ମଧ୍ୟ ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। ସରକାରଙ୍କ ନୀତି ଅନୁଯାୟୀ ଦର ଲାଗୁ ହୋଇଛି। ହୋଲ୍ସେଲ ଦର ଅନୁଯାୟୀ ୨୦ପ୍ରତିଶତ ଲାଭ ନିଆଯାଇପାରିବ






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….