Report Card Odisha

| Daily Odia News

ଲିଭର ନଷ୍ଟ ହେଲେ ଜାଣିବେ କେମିତି…….

3d illustration of Abstract medical background with Diseased liver

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେହ ଖରାପ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ଜାଣିଥାଉ | ଆଉ କେବେ ଆମେ ନିଜେ ନିଜର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜାଣି ପାରିଥାଉ | ଆଜି ଆମେ ଜାଣିବା ଲିଭର୍‌ ନଷ୍ଟ ହେଲେ ଜାଣିବା କେମିତି | ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି। ଲିଭର୍‌ରେ ମାଂସ ଜମା ହେବା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ।

ତେବେ ଏହାର ମୁଖ୍ୟ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ପେଟ ଫୁଲିବା:

ପେଟ ଫୁଲିବା ଏହି ରୋଗର ମୁଖ୍ୟ ଲକ୍ଷଣ। ଯେତେବେଳେ ଲିଭର ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ କାଢ଼ିବାକୁ ଅସମର୍ଥ ହୋଇଥାଏ। ସେତେବେଳେ ପେଟରେ ପାଣି ଜମି ଫେଟ ଫୁଲିଯାଇଥାଏ।

ପୁରୁଷଙ୍କ ସ୍ତନ ବଢ଼ିଥାଏ : ସ୍ତନ ବଢ଼ିବାର ଅନେକ କାରଣ ହୋଇପାରେ ମାତ୍ର ଏହା ଫ୍ୟାଟି ଲିଭରର ଏକ ଲକ୍ଷଣ ହୋଇଥାଏ। ତେବେ ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହଳଦିଆ ତ୍ୱଚା: ଯଦି ଆପଣଙ୍କ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସୁଥାଏ କିମ୍ବା ଆପଣଙ୍କ ତ୍ୱଚା ହଳଦିଆ ପଡ଼ିଯାଏ ତେବେ ଏହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୋଇଥାଏ॥

ରକ୍ତନଳୀ ବଢ଼ିବା: ଏହି ସମସ୍ୟା କାରଣରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।

Breaking News