Report Card Odisha

| Daily Odia News

ରାଜ୍ୟକୁ ଫେରିବ କି ଲକ୍‌ଡାଉନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କରୋନା ନିୟମ ମାନି ଚାଲିବାକୁ ନିବେଦନ କରିଛନ୍ତି | ବୁଝାଇବା ପରେ ମଧ୍ୟ ଲୋକେ ଅମାନିଆ ହଉଛନ୍ତି । କରୋନା ନିୟମ ଉଲ୍ଲଙ୍ଘନ କରଛନ୍ତି | ସଂକ୍ରମଣ ସଂଖ୍ୟା ବଢିବା ସହିତ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିଚାଲିଛି | ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ଲକ୍‌ଡାଉନ କରିପାରନ୍ତି ସରକାର । ସାମାଜିକ ଦୂରତା ତ ଦୂରର କଥା ମାସ୍କ ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ତେଣୁ ସପ୍ତାହନ୍ତ ସଟ୍‌ଡାଉନ ନୁହେଁ, ଲକ୍‌ଡାଉନ୍‌ କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ସବୁ ଠିକ୍‌ଠାକ୍‌ ରହିଲେ, ମେ’ ପହିଲାରୁ ହିଁ ଲକଡାଉନ୍‌ ଲାଗିପାରେ । ଭୁବନେଶ୍ୱର, କଟକ, ସୁନ୍ଦରଗଡ଼ ଭଳି ଅଧିକ ସଂକ୍ରମିତ ଜିଲ୍ଲାରେ ଲାଗିପାରେ କଟକଣା । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏ କଥା କହିବା ପରେ ଏ ଆଶଙ୍କା ଆହୁରି ବଢିଛି। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ।  ଆଜି ରାଜ୍ୟରେ ୮ ହଜାର ଟପିଛି ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସମାନ ସ୍ଥିତିରେ ରହୁଛି ବୋଲି ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି । ତେବେ ଆଗକୁ ସଂଖ୍ୟା ଆଉ ବଢିବନି ବୋଲି କହିହେବନି । କିଛିଦେଶରେ ସଂଖ୍ୟା ବଢିଛି ।  ତେଣୁ ଆମେ ସକରାତ୍ମକ ଭାବେ ନେବା । ଆଶା କରିବା କରୋନା କମିବ ବୋଲି ।

Breaking News