ରିପୋର୍ଟ କାର୍ଡ / ଭୁବନେଶ୍ବର
ସର୍ବସାଧାରଣଙ୍କ ନିମନ୍ତେ ଶନିବାରଠୁ ଲୋକଭବନ ଉଦ୍ୟାନ ଖୋଲିବ। ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ ଏବଂ ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। କେବଳ ଫୁଲ ନୁହେଁ, ଲୋକଭବନର ଆକର୍ଷଣ ସାଜିବ ଅଟଳ ବନ। ସେହିପରି ଏଥିରେ ପ୍ରଦର୍ଶିତ ଯୁଦ୍ଧ ଟ୍ୟାଙ୍କ ‘ଟି-୫୫’, ଯୁଦ୍ଧ ବିମାନ ‘ରାଫେଲ’ର ପ୍ରତିକୃତି, ଜଳାଶୟ, ଝରଣା ଆଦି ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ପରିଦର୍ଶନ ନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ ମୋବାଇଲ୍ ଆପ୍ ଡାଉନ୍ଲୋଡ କରିବାକୁ ପଡ଼ିବ। ଲୋକଭବନ ୱେବ୍ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼୍ ମାଧ୍ୟମରେ ମୋବାଇଲ ଆପ୍ ମଧ୍ୟ ଡାଉନଲୋଡ୍ କରିହେବ। ଦିନ ୨.୩୦ରୁ ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ଜନସାଧାରଣ ପରିଦର୍ଶନ କରିପାରିବେ। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ଏଡ଼ିସି / ଆରଆଇ ଲୋକଭବନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିଦର୍ଶନ ନିମନ୍ତେ ଅନୁରୋଧ ପତ୍ର ପଠାଇବା ଆବଶ୍ୟକ। ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍ସାଇଟ୍ ପରିଦର୍ଶନ କରିପାରିବେ। ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ/ ଶିକ୍ଷୟିତ୍ରୀ/ ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲୋକଭବନ ଉଦ୍ୟାନ ଖୋଲା ରହିବ।






More Stories
ଆଜି ସବୁ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ଗାନ…..
ରାଜ୍ୟ ବଦଳାଇପାରିବନି କେନ୍ଦ୍ରୀୟ ଆଇନ……
ଜୁଏଲ ଓରାମ ନିର୍ବାଚନ ଅଧିକାରୀ…..