ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଅନେକ ରାଜ୍ୟରେ ଉପନିର୍ବାଚନ ଶେଷ ହୋଇଛି । ୩ଟି ଲୋକସଭା ଓ ୨୯ଟି ବିଧାନସଭା ଆସନର ଆଜି ହେଉଛି ଭୋଟ ଗଣତି। ଉପନିର୍ବାଚନ ପାଇଁ ଚାଲିଛି ମତଗଣନା। ସନ୍ଧ୍ୟା ପୂର୍ବରୁ ଏହାର ଫଳାଫଳ ଆସିଯିବ ବୋଲି ସୂଚନା ମିଳୁଛି। ଉପନିର୍ବାଚନରେ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଛି । କିଛି ଆସନରେ ଆଂଚଳିକ ଦଳର ପ୍ରଭାବ ରହିବ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ଆୟୋଗ ଆସାମରେ ପାଞ୍ଚଟି, ପଶ୍ଚିମବଙ୍ଗରେ ଚାରିଟି, ମଧ୍ୟପ୍ରଦେଶରେ ତିନୋଟି, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ଦୁଇଟି, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାେଁ ଆସନରେ ବିଧାନସଭା ଉପନିର୍ବାଚନ କରିଛନ୍ତି । ଉପନିର୍ବାଚନରେ ଏକାଧିକ ରାଜ୍ୟରେ ମତଦାନ ହେଉଛି। କିନ୍ତୁ ସର୍ବାଧିକ ଚର୍ଚ୍ଚାରେ ରହିବ ମଧ୍ୟପ୍ରଦେଶ। ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉପନିର୍ବାଚନ ପାଇଁ ମୁଖ୍ୟ ଶିବରାଜ ସିଂହ ଚୌହାନ ଅନେକ ରାଲି କରିଥିଲେ। କଂଗ୍ରେସ ମଧ୍ୟ ଏହାକୁ ମୁକାବିଲା କରିବା ଲାଗି ଜୋରଦାର ପ୍ରଚାର କରିଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..