Report Card Odisha

| Daily Odia News

ବାଚସ୍ପତି ପଦକୁ ମିଳିଲାନି ବିରୋଧୀଙ୍କ ସହମତି, ଆସନ୍ତକାଲି ନିର୍ବାଚନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ନିଜ ନିଜର ବାଚସ୍ପତି ପ୍ରାର୍ଥୀ ଚୟନ କରି ସାରିଛନ୍ତି। ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ ବିର୍ଲାଙ୍କୁ ବାଛିଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ତାଙ୍କର ପ୍ରାର୍ଥୀ ଭାବେ ଚୟନ କରିଛି। ଆସନ୍ତାକାଲି ଲୋକସଭାର ବାଚସ୍ପତି ନିର୍ବାଚନ ହେବ | ଇତିହାସର ପ୍ରଥମ ଥର ହେବ ବାଚସ୍ପତି ପଦ ପାଇଁ ନିର୍ବାଚନ। ଲୋକ ସଭା ବାଚସ୍ପତି ପଦକୁ ନେଇ ବିରୋଧୀ ଙ୍କ ସହମତ ହୋଇ ନ ପାରିବାରୁ ନିର୍ବାଚନ ହେଉଛି | ବାଚସ୍ପତି ପଦ ପାଇଁ ବିରୋଧୀ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। କେ. ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। ସେ ଏଥିପାଇଁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକ ସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଲ ଏବଂ ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ। ଏଣୁ ବିରୋଧୀ ଦଳ ଲୋକ ସଭା ବାଚସ୍ପତି ନିର୍ବାଚନ ଲଢ଼ିବେ। ବିରୋଧୀ ଦଳକୁ ଉପ-ବାଚସ୍ପତି ପଦବୀ ଦେବାକୁ ସରକାର ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଆମେ ବାଚସ୍ପତି ନିର୍ବାଚନ ଚାହିଁଲୁ |

Breaking News