Report Card Odisha

| Daily Odia News

୮ରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ରୁ ୧୦ ତାରିଖ ଯାଏ ଲୋକସଭାରେ ହେବ। ୩ ଦିନ ଧରି ବିଭିନ୍ନ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ମତ ରଖିବେ। ସେହିପରି ଅଗଷ୍ଟ ୧୦ ଅର୍ଥାତ ଆଲୋଚନାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପକ୍ଷ ରଖିବା ସହ ବିରୋଧୀ ଉଠାଇବାକୁ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବେ। ମୋଦି ପକ୍ଷ ରଖି ସାରିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଭୋଟ ହେବ। ଉଲ୍ଲେଖ ଯୋଗ୍ୟ-ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମତ ରଖନ୍ତୁ ବୋଲି ଦାବି କରି ନିରାଶ ହୋଇଥିବା ବିରୋଧୀ ଜୁଲାଇ ୨୬ରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲେ।

Breaking News