ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା। ଜଣେ ୬୦ ବର୍ଷୀୟ ମହିଳାଙ୍କଠାରୁ ୧.୨ ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲାର ନାସିକ ଜାତୀୟ ରାଜପଥରେ । ଲୁଟର ଶିକାର ହୋଇଥିବା ମହିଳା ଜଣକ ମୁମ୍ବାଇରେ ରୁହନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ମହିଳା ଜଣକ ନିଜର ଟଙ୍କା ବ୍ୟାଗ ଧରି ଏକ ଅଟୋ ରିକ୍ସାରେ ଯାଉଥିଲେ। ଏହି ସମୟରେ ଦୁଇଟି ସ୍ପୋର୍ଟସ ବାଇକରେ ୪ ଜଣ ତାଙ୍କୁ ପିଛା କରିଥିଲା। ଲୁଟେରାମାନେ ସମ୍ପୃକ୍ତ ମହିଳାଙ୍କ ପାଖକୁ ଆସି ପୋଲିସ ପରିଚୟ ଦେଇଥିଲେ। ନକଲି ଆଇକାର୍ଡ଼ ଦେଖାଇ ନିଜକୁ ପୁଲିସ କହି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ମହିଳାଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ ପୋଲିସ ପରିଚୟ ଦେଖାଇ ନାସିକ ହାଇୱେ ଲୁଟରାଜ ହେଉଥିବାରୁ ସତର୍କ ରହିବାକୁ କହିଥିଲେ। ତେଣୁ ନିଜର ସୁନାଗହଣାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସେମାନେ ଆଣିଥିବା ଏକ ପ୍ୟାକେଟ ଦେଇ ସେଥିରେ ସୁନଗହଣା ରଖିଦେବାକୁ କହିଥିଲ। ମହିଳା ଜଣଙ୍କ ତାଙ୍କୁ ବିଶ୍ୱାସ କରି ସେମାନେ ଦେଇଥିବା ପ୍ୟାକେଟରେ ସୁନାଗହଣା ରଖିବା ବେଳେ ଦୁର୍ବୃତ୍ତମାନେ ଲୁଟି ନେଇଥିଲା। ଏହି ଘଟଣାରେ ପୋଲିସ ୪୨୦ ଦଫାରେ ଠକେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……