Report Card Odisha

| Daily Odia News

ମୋ ବସ୍‌ ଭିତରେ ଲୁଟ୍‌….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ମୋ ବସ୍‌ କୁ ଲୁଟ୍‌ର ମାଧ୍ୟମ କରିଛନ୍ତି ଲୁଟେରା | ମୋ ବସ୍‌ ଭିତରେ ଚୋରି ଯାଇଛି ୧୫ ହଜାର ଟଙ୍କା | ଜଣେ କ୍ୟାନ୍‌ସର ରୋଗୀ ମୋ ବସ୍‌ ରେ ଯାଉଥିବା ସମୟରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି। ଏମ୍ସ ହସ୍ପିଟାଲରୁ OMP ଯାଉଥିବା ୧୯ନମ୍ବର ମୋ ବସ୍‌ରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ଗୌଡ଼ ନାମକ ବ୍ୟକ୍ତି ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି ବସରେ ଚଡ଼ିଥିଲେ। କଟକର ଏକ ଘରୋଇ ହସ୍ପିଟାଲକୁ ସେ ଚିକିତ୍ସା ପାଇଁ ଯାଉଥିଲେ। ବରମୁଣ୍ଡାରୁ ଆଚାର୍ଯ୍ୟ ବିହାର ଛକ ମଧ୍ୟରେ ତାଙ୍କର ପକେଟ୍‌ ମାର୍‌ ହୋଇଯାଇଥିଲା । ପ୍ୟାଣ୍ଟ ପକେଟ୍‌ରେ ତାଙ୍କର ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାରରୁ ରସୁଲଗଡ଼ ଭିତରେ ଟଙ୍କା ଚୋରି ହୋଇଥିବା ଜାଣିବା ପରେ ବସ୍‌ର ଗାଇଡଙ୍କୁ ଯାଇ ସେ ଅଭିଯୋଗ କରିଥଲେ। ଏହାପରେ ଗାଇଡ ବସଟିକୁ ରସୁଲଗଡ଼ ଛକରେ ଅଟକାଇ କୌଣଷି ଯାତ୍ରୀଙ୍କୁ ଓହ୍ଲାଇ ବାକୁ ଅନୁମତି ନଦେଇ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ। ତେବେ PCR ଭ୍ୟାନ ଆସି ଯାତ୍ରୀ ମାନଙ୍କୁ ଯାଞ୍ଚ କରିବା ପରିବର୍ତ୍ତେ ବସଟିକୁ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି କହିଥିଲା। ବସ୍‌ରେ ପ୍ରାୟ ୮୦ରୁ ଅଧିକ ଯାତ୍ରୀ ଥିବା ବସ୍‌ ଗାଇଡ୍‌ ପକ୍ଷରୁ ସୂଚନା ମିଳିଛି |

 

Breaking News