ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ୪ଜଣ ଲୁଟେରା ଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍ ଏବଂ ୪ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ- କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲା। ଆଜି ୪ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ସେହିପରି ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର, ୨ଟି ବାଇକ୍ ଓ ୪ଟି ମୋବାଇଲ ଜବତ ହୋଇଛି । ଲୁଟେରାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍ ପୋଲିସ ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..