ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଲଭ୍ ଜିହାଦ୍ | ଅଭିଯୁକ୍ତ କଶ୍ମୀର ଯୁବକକୁ କଟକରେ ପୋଲିସ ଅଟକ ରଖିଛି। ଅନ୍ଲାଇନ୍ ଗେମ୍ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ। ଜଗତସିଂହପୁରର ଯୁବତୀଙ୍କୁ ନେବା ପାଇଁ ଆସିଲା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି । ଫ୍ରି ଫାୟାର୍ ଗେମ୍ ଖେଳୁଥିବା ବେଳେ ରୀମା(ଛଦ୍ମନାମ) ୨୦୨୨ ମସିହାରେ ସମୀରଙ୍କ ସଂସ୍ପର୍ଶରେ ଆସିଥିଲେ। ସମୀରଙ୍କ ଘର ବିହାରରେ ହୋଇଥିବା କଶ୍ମୀରରେ ଚାକିରି କରୁଛନ୍ତି। ସେ ନିଜର ତଥ୍ୟକୁ ଗୋପନ ରଖି ହିନ୍ଦୁ ବୋଲି ରୀମାଙ୍କୁ ପରିଚୟ ଦେଇଥିଲେ। ତେଣୁ ଉଭୟ ଫୋନ୍ ନମ୍ୱର ଦିଆ ନିଆ ହୋଇଥିଲେ। ତା’ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଅଭିଯୋଗ ଅନୁସାରେ ରୀମାଙ୍କୁ ଦେଖା କରିବା ପାଇଁ ସମୀର ଅନେକ ବାର ଓଡ଼ିଶା ଆସିଥିଲେ। ଶେଷ ଥର ପାଇଁ ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିଲେ। ପୁରୀରେ ରୀମାଙ୍କୁ ଦେଖା କରିଥିଲେ। ହୋଟେଲ୍ରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ରୀମା ଜାଣିବାକୁ ପାଇଥିଲେ। ସେ ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲେ ରୀମା। ତେଣୁ ତାଙ୍କଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସମୀର ତାଙ୍କୁ ହୋଟେଲ୍ ରୁମ୍ରୁ ଛାଡ଼ି ନଥିଲେ। ଅଭିଯୋଗ ଅନୁସାରେ ସମୀର କୁଆଡେ ବଳପୂର୍ବକ ରୀମାଙ୍କ ସହିତ ହୋଟେଲ୍ ରୁମ୍ରେ ଶାରୀରିକ ସମ୍ପର୍କ ରଖିଥିଲେ। ରୀମା ପ୍ରତିବାଦ କରିଥିଲେ। ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ମାତ୍ର ରୀମା ରାଜି ହୋଇନଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ। ଲୋକ ଲଜ୍ଜା ଭୟରେ ରୀମା ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ସମୀର। ଫୋନ୍ କରି ରୀମାଙ୍କୁ ବିବାହ କରିବା ପାଇଁ କହିଥିଲେ। ହେଲେ ରୀମା ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଅପ୍ଲୋଡ୍ କରିଦେଇଥିଲେ ସମୀର। ଏଥିସହ ରୀମାଙ୍କ ବାପାଙ୍କ ପାଖକୁ ଭିଡିଓ ପଠାଇ ଥିଲେ। ବାହା କରାଇ ଦେବା ପାଇଁ କହିଥିଲେ। ୫ ଲକ୍ଷ ଟଙ୍କା ନଦେଲେ ପର୍ଣ୍ଣ ସାଇଟ୍ରେ ଭିଡିଓ ଅପ୍ଲୋଡ୍ କରିଦେବ ବୋଲି ଧମକ ଦେଇଥିଲା। ରୀମାଙ୍କ ପରିବାର ବିବାହ କରିବା ପାଇଁ ରାଜି ହୋଇଥିଲେ। ବିବାହ କରିବା ପାଇଁ ସମୀର କଶ୍ମୀରରୁ ଓଡ଼ିଶା ଆସୁଥିଲେ। ସମୀରଙ୍କ ପ୍ରତ୍ୟେକ ମୋମେଣ୍ଟକୁ ଟ୍ରକ୍ କରୁଥିଲେ ରୀମା। ଅନ୍ୟପକ୍ଷରେ ସମୀରଙ୍କ ପ୍ରେମ ଜାଲରୁ ମୁକୁଳିବା ପାଇଁ ଜଣେ ଆଇନ୍ଜୀବୀଙ୍କ ସହଯୋଗ ଲୋଡିଥିଲେ ରୀମା। ଆଇନ୍ଜୀବୀଙ୍କ ପରାମର୍ଶରେ ପୀଡ଼ିତା ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳା ଥାନା ଅଧିକାରୀଙ୍କ ପରାମର୍ଶରେ କମିଶନରେଟ୍ ପୋଲିସ ସମୀରଙ୍କୁ କଟକରେ ମାଡ଼ ବସିଛି। ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……