ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁନା କିଣିବାକୁ ପାଇଁ ଖୁସି ଖବର। ଗତ କିଛି ଦିନ ହେବ ସୁନାଦର ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ସୁନାଦର ହ୍ରାସ ହୋଇଛି । ସୁନା କିଣିବାକୁ ଇଚ୍ଛା କରୁଥିବା ଗ୍ରାହକଙ୍କ ପାଇଁ ସୁନାଦର ହ୍ରାସ ହେବା ଫଳରେ ଆଶ୍ୱସ୍ତି ମିଳିଛି ।
ଶୁକ୍ରବାର ଅର୍ଥାତ୍ ଏପ୍ରିଲ ୪ ତାରିଖରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୧,୬୪୦ ଟଙ୍କା ରହିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଦର ୧୭୪୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୪,୦୦୦ ଟଙ୍କା ରହିଛି । ଗତକାଲି ଏହା ୮୫,୬୦୦ ଥିଲା । ଏଥିରେ ୧୬୦୦ ଟଙ୍କା ହ୍ରାସ ପାଇଛି ।
ସେହିପରି ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୬୮,୭୩୦ ଟଙ୍କା ରହିଛି । ଗତକାଲି ଏହା ୭୦,୦୪୦ ଟଙ୍କା ଥିଲା । ଏଥିରେ ୧୩୧୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୮୦୦ ଟଙ୍କା ରହିଛି । ଗତକାଲି ଏହା ୧୧,୨୦୦ ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି ।






More Stories
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..
କମିଲା ଗ୍ୟାସ ଦର…..
୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ…..