Report Card Odisha

| Daily Odia News

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ। ସେପଟେ ରାଜ୍ୟର ବିଭିନ୍ନ ଜିଲାରେ ଶୀତ ଲହରି ଲାଗି ରହିଥିବା ବେଳେ ଆଉ କିଛି ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଆଜି ଏବଂ ଆସନ୍ତାକାଲି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଦେବ। ପୂର୍ବାପେକ୍ଷା ରବିବାର ରାତିରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ରାଉରକେଲାରେ ୯, ସୁନ୍ଦରଗଡ଼, କୋରାପୁଟ, ଫୁଲବାଣୀ, ବୌଦ୍ଧରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଅନ୍ୟ ସମସ୍ତ ଜିଲାରେ ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ମଧ୍ୟ‌ରେ ରହିଥିଲା। ଆଗାମୀ ଦୁଇ ଦିନ ଯାଏ କନ୍ଧମାଳ, କୋରାପୁଟ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବଲାଙ୍ଗିର, କଟକ, ଢ଼େଙ୍କାନାଳରେ ଘନ କୁହୁଡ଼ି ଦେଖାଦେବ। ଏହାପରେ କୁହୁଡ଼ିର ପ୍ରକୋପ ହ୍ରାସ ପାଇବା ସହ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Breaking News