ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ମାସ ଶେଷ ସପ୍ତାହ ବେଳକୁ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୋଟିଏ ଆରବ ସାଗରରେ ସୃଷ୍ଟି ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଥିବାବେଳେ ଅନ୍ୟଟି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ମଡେଲରୁ ଜଣାପଡୁଛି, ମେ’ ୨୩ରେ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳର କିଛି ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ କ୍ରମଶଃ ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୫ରେ ବାତ୍ୟା ‘ଶକ୍ତି’ ପରିଣତ ହୋଇ ୨୭ରେ ଭୀଷଣ ବାତ୍ୟାର ରୂପ ନେଇପାରେ। ପ୍ରାୟତଃ ୨୯ତାରିଖରେ ଗୁଜରାଟ ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା । ଅନ୍ୟଟି କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗର ଏବଂ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୮ରେ ଲଘୁଚାପରେ ପରିଣତ ହେବାକୁ ଥିବାବେଳେ ୨୯ରେ ଅବପାତ ରୂପ ନେଇପାରେ। ବର୍ତ୍ତମାନ ବିଭିନ୍ନ ମଡେଲଗୁଡ଼ିକର ଆକଳନ କହୁଛି, ମେ’ ୨୯ ଓ ୩୦ ତାରିଖ ସୁଦ୍ଧା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..