ରିପୋର୍ଟ କାର୍ଡ / ଭୁବନେଶ୍ବର
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ | ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି । ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ବିଜେଡିର ଏକାଧିକ କର୍ମୀ ଆହତ ହୋଇଥିବା ବେଳେ ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିବାଦ କଲାବେଳେ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ।
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..
ଉତ୍ତରରେ ପ୍ରବଳ ବର୍ଷା ସମ୍ଭାବନା……