Report Card Odisha

| Daily Odia News

ବଢ଼ିଲା ଏଲପିଜି ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗ୍ୟାସର ଖୁଚୁରା ମୂଲ୍ୟ ୪୧ ପ୍ରତିଶତ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ବିଶ୍ୱ ବଜାରରେ ଏଲପିଜିର ମାନକ ଚୁକ୍ତି ମୂଲ୍ୟ ତିନି ଗୁଣ ବୃଦ୍ଧି ହୋଇଛି। ରାଜ୍ୟସଭାରେ ସରକାର ଦେଇଥିବା ସୂଚନା ଅନୁଯାୟୀ, ଏହାରି ମଧ୍ୟରେ ଏଲପିଜିର ବିଶ୍ୱ ବଜାର ପାଇଁ ମାନକ ସାଉଦି ମୂଲ୍ୟ ଜୁଲାଇ ୨୦୨୨ ରେ ଟନ ପିଛା ୭୨୫ ଡଲାରରେ ପହଞ୍ଚିଛି । ଏହା ଅନ୍ତର୍ଜାତୀୟ ବଜାରରେ ଏଲପିଜି ମୂଲ୍ୟରେ ୨୦୩ ପ୍ରତିଶତ ବୃଦ୍ଧି ଦର୍ଶାଉଛି । ଏହାରି ମଧ୍ୟରେ ଭାରତରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୧.୫ ପ୍ରତିଶତ ବୃଦ୍ଧି ପାଇଛି । ଏହାର ମୂଲ୍ୟ ୭୪୪ ରୁ ୧,୦୫୩ ଟଙ୍କାକୁ ବୃଦ୍ଧି ପାଇଛି । ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ପୁରୀ କହିଛନ୍ତି ଯେ, ସରକାର ଏଲପିଜିର ପ୍ରଭାବଶାଳୀ ଘରୋଇ ମୂଲ୍ୟରେ ସଂଶୋଧନ କରିଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ଗରିବ ଲୋକଙ୍କୁ ଦିଆଯାଇଥିବା ଏଲପିଜି କନେକ୍ସନରେ ମହାମାରୀ ସମୟରେ ତିନୋଟି ସିଲିଣ୍ଡର ମାଗଣାରେ ଭରାଯାଇଥିଲା । ସେ କହିଛନ୍ତି ଯେ, ଉଜ୍ଜ୍ୱଳା କନେକ୍ସନ ଥିବା ଲୋକଙ୍କ ପାଇଁ ସରକାର ୨୦୦ ଟଙ୍କା ସବସିଡି ଘୋଷଣା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧୨ ଟି ସିଲିଣ୍ଡର ଉପରେ ଏହି ସବସିଡି ଦିଆଯିବ । ପୁରୀ କହିଛନ୍ତି ଯେ, ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩,୭୨୪ କୋଟି, ୨୦୨୦-୨୧ ଆର୍ଥିକ ବର୍ଷରେ ୯,୨୩୫ କୋଟି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ୧,୫୬୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

Breaking News