Report Card Odisha

| Daily Odia News

ବଦଳିବ ଲକ୍ଷ୍ନୌର ନାଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲକ୍ଷ୍ନୌର ନାଁ ବଦଳି ଲକ୍ଷ୍ମଣ ନଗରୀ ହେବ | ନାଁ ବଦଳାଇବା ପାଇଁ ଦାବି କରାଯିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଲକ୍ଷ୍ନୌର ନାଁ ବଦଳାଇବା ଦାବି ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଲୋକେ କହିବା ଆରମ୍ଭ କହିଛନ୍ତି। ଲକ୍ଷ୍ନୌର ନାଁ ବଦଳାଇବା ଦାବି ସମ୍ପର୍କରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏକ ବଡ଼ ବିବୃତି ଦେଇ କହିଛନ୍ତି ଯେ ଏହା ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଲକ୍ଷ୍ନୌ, ଲକ୍ଷ୍ମଣଙ୍କ ସହର ଥିଲା । ଏବେ ଲକ୍ଷ୍ନୌର ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଉଥିବା ବେଳେ ଏ ସମ୍ପର୍କରେ ସରକାର ଆଗକୁ ଏକ ଅଦ୍ୟତନ ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉତ୍ତରପ୍ରଦେଶର ରାଜଧାନୀର ନାମ ‘ଲଖନପୁର କିମ୍ବା ଲକ୍ଷ୍ମଣପୁର’ କରିବାକୁ ଅନୁରୋଧ କରିଥିଲେ।

 

Breaking News