ରିପୋର୍ଟ କାର୍ଡ / ଭୁବନେଶ୍ବର
ମଧୁ ବାବୁ ପେନ୍ସନ୍ ଯୋଜନାରେ ଦିଆଯାଉଥିବା ଭତ୍ତା ଟଙ୍କା ଆସନ୍ତାମାସରୁ ହିତାଧିକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଉ ଜମା କରାଯିବ ନାହିଁ । ଏଣିକି ପ୍ରତ୍ୟେକ ମାସର ୧୫ତାରିଖରେ ହିତାଧିକାରୀମାନେ ପୂର୍ବଭଳି ଭତ୍ତା ଆଣିବାକୁ ଭତ୍ତା ବଣ୍ଟନ କେନ୍ଦ୍ରକୁ ଯିବେ । ସେଠାରେ ସେମାନଙ୍କୁ ନଗଦ ଅର୍ଥ ପ୍ରଦାନ କରାଯିବ । ତେବେ ଭିନ୍ନକ୍ଷମ ଏବଂ ବୟସାଧିକ ହିତାଧିକାରୀମାନଙ୍କର ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କର ଶର୍ମା ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..