ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶରେ ବନ୍ୟା ତାଣ୍ଡବ ରଚିଛି । ପ୍ରବଳ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଥିବା ନଦୀଗୁଡିକର ଜଳପତ୍ତନ ବଢ଼ିଯାଇଛି । ଯାହା ଫଳରେ ଅନେକ ସ୍ଥାନରେ ଜଳପ୍ଳାବିତ ହୋଇଛି। ବିଶେଷକରି ରାଜ୍ୟର ଖାଲୁଆ ଅଞ୍ଚଳଗୁଡିକ ଏହାଦ୍ୱାରା ବହୁ ଭାବରେ ପ୍ରଭାବିତ ହୋଇଛି। ବନ୍ୟା ଜଳରୁ ଧନ ଜୀବନ ସୁରକ୍ଷିତ କରିବା ଲାଗି ଭାରତୀୟ ସେନା ଓ ବାୟୁସେନା ଯବାନଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ଜାତୀୟ ବିପର୍ଯ୍ୟୟ ଜବାବୀ ବଳ (ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ଜବାବୀ ବଳ (ଏସଡିଆରଏଫ) କର୍ମଚାରୀଙ୍କୁ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜ୍ୟର ଗ୍ୱାଲିଅର-ଚମ୍ବଲ ଅଞ୍ଚଳରେ ୨୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋ÷ହାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟର ଗୃହ ବିଭାଗ ମନ୍ତ୍ରୀ ନରୋତ୍ତମ ମିଶ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଗୁଜବ ପ୍ରଚାର ନକରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ମନ୍ତ୍ରୀମାନେ କାମ କରୁଛନ୍ତି ଏବଂ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବାକୁ ସମସ୍ତ ପ୍ରୟାସ କରାଯାଉଛି। ନଦୀ କୂଳରେ ଥିବା ସମସ୍ତ ଗାଁ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରଥମେ ଲୋକଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ମଙ୍ଗଳବାର ୧୧,୫୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଉକ୍ତ ଅର୍ଥରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ବାସଗୃହ ମରାମତି ଓ ନୂତନ ବାସଗୃହ ନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଅନୁରୂପ ଭାବରେ ପଶ୍ଚିମବଙ୍ଗରେ ମଙ୍ଗଳବାର ଛଅଟି ଜିଲାୋର ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ବନ୍ୟା ପ୍ରଭାବରେ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଲକ୍ଷ ଲୋକ ବାସଚ୍ୟୁତ ହୋଁଇଛନ୍ତି। ଦାମୋଦର ଉପତ୍ୟକା ନିଗମ (ଡିଭିସି) ନଦୀବନ୍ଧରୁ ବନ୍ୟାଜଳ ନିଷ୍କାସନ କରାଯିବା ଦ୍ୱାରା ପୂର୍ବ ବର୍ଦ୍ଧମାନ, ପଶ୍ଚିମ ବର୍ଦ୍ଧମାନ, ପଶ୍ଚିମ ମେଦିନପୁର, ହୁଗଳି, ହାଓଡା ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଛି।






More Stories
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……