Report Card Odisha

| Daily Odia News

ଆଜି ପବିତ୍ର ମାଘ ସପ୍ତମୀ,ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ…..

ରିପୋର୍ଟ କାର୍ଡ / କୋଣାର୍କ

ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏଥିଲାଗି ଭୋର୍ ସକାଳୁ ଚନ୍ଦ୍ରଭାଗା ପୁଷ୍କରିଣୀ​ରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ଏହି ଦିନ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କଠାରେ ପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରିଥିଲେ। ଏହାପରେ ସାଧୁସନ୍ଥ ଗଣ ବୁଡ ପକାଇଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟି ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Breaking News